AOCTCA Group

AOCTCA Group All ODISHA COMPUTER TRAINING CENTRE WELFARE TRUST, BBSR, ODISHA
REGISTRATION NO. 1082409165 /2024

16/05/2026

କମ୍ପ୍ୟୁଟର ପ୍ରଶିକ୍ଷଣ ପାଇଁ ଅଣଓଡ଼ିଆ କମ୍ପାନୀକୁ ସରକାରଙ୍କ ଅହେତୁକ ଅନୁକମ୍ପା
- ସଂଶୟ ଓ ଦ୍ୱନ୍ଦ ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ
- ରାଜ୍ୟର ଯୁବାଙ୍କୁ ଆର୍ଥିକ ଶୋଷଣ କରିବାକୁ ଯୋଜନାବଦ୍ଧ ଷଡଯନ୍ତ୍ର
- ଗେଜେଟ୍ ନୋଟିଫିକେସନ ଉଚ୍ଛେଦ କରି ପରିଚାଳନା ମାର୍ଗଦର୍ଶିକା ଜାରି ପାଇଁ ଦାବି

ଭୁବନେଶ୍ବର, ୧୪/୫: ସାରା ରାଜ୍ୟରେ ପ୍ରାୟ ଦଶ ହଜାରରୁ ଅଧିକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଦୀର୍ଘ ବର୍ଷରୁ କାର୍ଯ୍ୟରତ ଅଛି। କଂପାନୀ ଆକ୍ଟ, ସୋସାଇଟି
ରେଜିଷ୍ଟ୍ରେସନ ଆକ୍ଟ , ଟ୍ରଷ୍ଟ୍ ଆକ୍ଟ, ଏମ୍.ଏସ୍ ଏମ୍ ଇ. ଉଦ୍ୟମ୍ ପୋର୍ଟାଲରେ ପଞ୍ଜିକୃତ ଏହି ଶିକ୍ଷାନୁଷ୍ଠାନରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଚାକିରି କରୁଛନ୍ତି। ମାତ୍ର ରାଜ୍ୟ ସରକାର ଏକ ଅଣ ଓଡ଼ିଆ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଲ୍ ଓଡ଼ିଶା କମ୍ପୁଟର ଟ୍ରେନିଂ ସେଣ୍ଟର ଆସୋସିଏସନ୍ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ତା ୧୪.୦୫.୨୦୨୬ ରେ ଭୁବନେଶ୍ଵର ସ୍ଥିତ ରେଡକ୍ରସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ସଭାପତି ସୟଦ ସଫିର୍ ଅଲ୍ଲୀ କହିଛନ୍ତି ଯେ, ରାଜ୍ୟ ସରକାର Odisha Knowledge Corporation Ltd. (OKCL) ନାମକ ଏକ ଅଣ ଓଡ଼ିଆ ଘରୋଇ କମ୍ପାନୀକୁ କମ୍ପୁଟର ପ୍ରଶିକ୍ଷଣ ପାଇଁ ସରକାରୀ ସଂସ୍ଥା ଭାବେ ପ୍ରତିପାଦିତ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (OSSC) ପକ୍ଷରୁ ଗତ ଡିସେମ୍ବର 12 ତାରିଖରେ ପ୍ରକାଶ ପାଇଥିବା ନିଯୁକ୍ତି ବିଜ୍ଞପ୍ତିରେ କମ୍ପୁଟର ଦକ୍ଷତା ପରୀକ୍ଷାକୁ ଗୁରୁତ୍ବ ଦେଇ ଯେକୌଣସି ଅନୁଷ୍ଠାନରୁ କଂମ୍ପ୍ୟୁଟର ପ୍ରମାଣପତ୍ର ଗ୍ରହଣଯୋଗ୍ୟ ବୋଲି କୁହାଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ IT ବିଭାଗ ପକ୍ଷରୁ ଗତ ଜାନୁଆରୀ ମାସରେ ଅହେତୁକ ଏବଂ ଅବୈଧ ଅନୁକମ୍ପା ପ୍ରଦର୍ଶନ କରାଯାଇ କେବଳ OKCL ର ପ୍ରମାଣପତ୍ର ଗ୍ରହଣୀୟ ବୋଲି ବିଜ୍ଞପ୍ତି ପ୍ରକାଶ କରାଗଲା। ଏଥିପାଇଁ ୨୦୨୧ ମସିହା ଗେଜେଟ୍ ନୋଟିଫିକେସନକୁ ଆଳ କରାଯାଇଛି। ଏହି ଗେଜେଟ୍ ନୋଟିଫିକେସନ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ସରକାର କିପରି ଏବଂ କାହା ଚାପରେ କେବଳ ଓକେସିଏଲ୍ ପ୍ରମାଣପତ୍ର ଗ୍ରହଣୀୟ ବୋଲି ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି? OKCL କମ୍ପାନୀ ସହିତ କିଛି ସରକାରୀ ଅଧିକାରୀ ଅନ୍ଧାରୀ ବୁଝାମଣା କରି ଏହି ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଉଛି। ରାଜ୍ୟର ଲକ୍ଷ ଲକ୍ଷ ପ୍ରଶିକ୍ଷିତ କମ୍ପୁଟର ପ୍ରଶିକ୍ଷିତ ଯୁବାଙ୍କୁ ଚାକିରି ପାଇଁ ଆବେଦନ କରିବାରୁ ବଞ୍ଚିତ କରିବା ପାଇଁ ସୁଚିନ୍ତିତ ଯୋଜନା କରାଯାଉଛି।

ଅପରପକ୍ଷରେ ରାଜ୍ୟର ଯୁବକ ଯୁବତୀ ଙ୍କୁ ଲୁଟିବା ପାଇଁ ମଧ୍ୟ ଯୋଜନା କରାଯାଉଛି। ସମ୍ପ୍ରତ୍ତି ମାତ୍ର 5 ହଜାର ଟଙ୍କାରେ ସେମାନେ କମ୍ପୁଟର ପ୍ରଶିକ୍ଷଣ ପାଇ ପାରୁଛନ୍ତି। କେବଳ OKCL ସାର୍ଟିଫିକେଟ ବାଧ୍ୟତାମୂଳକ କରି ଏହି ଦରକୁ ପ୍ରାୟ 10 ଗୁଣା ବୃଦ୍ଧି କରିବେ ଏବଂ ସେହି ମୁନାଫାରୁ ଉଚ୍ଚପଦସ୍ଥ ଅଧିକାରୀମାନେ ଭାଗ ନେବାକୁ ଷଡଯନ୍ତ୍ର କରାଯାଉଥିବ ସ୍ପଷ୍ଟ ଅନୁମେୟ ହେଉଛି। ଏହା ଅତ୍ୟନ୍ତ ସାଂଘାତିକ। ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ନିର୍ଯ୍ୟାତିତ କରିବା ସହିତ ପରବର୍ତ୍ତୀ ସମୟରେ ଆର୍ଥିକ ଶୋଷଣ କରିବାକୁ ହେଉଥିବା ଯୋଜନା ଫଳରେ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ନୂତନ ଶିକ୍ଷାବର୍ଷରେ କିପରି ଏହି ଘରୋଇ କଂପ୍ୟୁଟର
ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକ ପ୍ରତି ବିଶ୍ବାସ ହରାଇବେ ଏବଂ ଓକେସିଏଲ୍ ପ୍ରତି ଆଗ୍ରହୀ ହେବେ, ଏହାର ଏକ ସୁଚିନ୍ତିତ ଯୋଜନାବଦ୍ଧ ଉପାୟ ଅବଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷରୁ ରାଜ୍ୟର କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକରୁ ପ୍ରଶିକ୍ଷିତ ହୋଇ ବହୁ ଛାତ୍ରଛାତ୍ରୀ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ସରକାରୀ କାର୍ଯ୍ୟ କଂପ୍ୟୁଟରୀ କରଣ ହେଲା ପରେ ସେହି ଦକ୍ଷ ପିଲାମାନେ ହିଁ ସମସ୍ତ କାର୍ଯ୍ୟ କରିଥିଲେ। ମାତ୍ର ସରକାର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ପ୍ରଦର୍ଶନ କରି କଂପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଉପରେ ବୈମାତୃକ ମନୋଭାବ ପୋଷଣ କରି କଟକଣା ଲଗାନ୍ତି, ତେବେ ରାଜ୍ୟରେ କାର୍ଯ୍ୟରତ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକ ଉପରେ ନିର୍ଭରଶୀଳ ପ୍ରାୟ ପଚାଶ ହଜାର ରୁ ଅଧିକ ଯୁବକ ଯୁବତୀ ହଠାତ୍ ସେମାନଙ୍କର ରୋଜଗାର ହରାଇ ବେକାର ହେବେ। ସେମାନଙ୍କ ପରିବାରର ପ୍ରାୟ ତିନି ଲକ୍ଷ ଲୋକଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡିବ।

ଏଣୁ ସରକାର ଗେଜେଟ୍ ନୋଟିଫିକେସନକୁ ଉଚ୍ଛେଦ କରି ଓକେସିଏଲକୁ ଦିଆଯାଉଥିବା ମାତ୍ରାଧିକ ଅନୁକଂପା
ପ୍ରତ୍ୟାହାର କରି କରନ୍ତୁ। ଦୀର୍ଘ ବର୍ଷରୁ କାର୍ଯ୍ୟରତ ସମସ୍ତ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକର ସ୍ଥିତି ବଜାୟ ରଖିବା ପାଇଁ ମନିଟରିଂ ବଡି ଗଠନ କରି ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ, ପ୍ରଶିକ୍ଷଣ ଅବଧି, ପ୍ରଶିକ୍ଷଣ ନିମିତ୍ତ ନିର୍ଦ୍ଦିଷ୍ଟ ଦେୟ ନିର୍ଦ୍ଧାରଣ, ଅନୁଷ୍ଠାନ ଗୁଡ଼ିକର ଅନୁବନ୍ଧନ ପାଇଁ ସହଜ ସରଳ ପାରିପାର୍ଶ୍ବକ ସ୍ଥିତି ନିର୍ଦ୍ଧାରଣ କରି ସୁରୁଖୁରୁରେ ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକ ପରିଚାଳନାରେ ସରକାର ସହଯୋଗ କରନ୍ତୁ। କାର୍ଯ୍ୟରତ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ବିରୁଦ୍ଧରେ ଓକେସିଏଲ୍ ପକ୍ଷରୁ ନକାରାତ୍ମକ ପ୍ରଚାର ପ୍ରସାର ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବା ସହ ସମସ୍ତ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକଠାରୁ ପ୍ରାପ୍ତ ପ୍ରମାଣପତ୍ର ଗୁଡ଼ିକୁ ଗ୍ରହଣ କରି ଦକ୍ଷତା ପରୀକ୍ଷାକୁ ପ୍ରାଧାନ୍ୟ ଦେଇ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତିର ସୁଯୋଗ ଦେବାକୁ ଆସୋସିଏସନ ଦୃଢ଼ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ତାପସ କୁମାର ପତି, ରାଜ୍ୟ ସଂଯୋଜକ ଇଂ ଅବିନାଶ ଦାସ, ପ୍ରଭାତ ଦେହୁରୀ, ସତ୍ୟବ୍ରତ ସାହୁ, ମନୋରଂଜନ କର, କାଳନ୍ଦୀ ବେହେରା, ବିଭାସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ .
-

16/05/2026
Print media news 📰
15/05/2026

Print media news 📰

Address

Bhubaneswar,Odisha India

Telephone

+919853086651

Website

Alerts

Be the first to know and let us send you an email when AOCTCA Group posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Computer & Electronics Service?

Share